Prawn Biryani Recipe । Prawn Biryani Recipe in odia । ଚିଙ୍ଗୁଡ଼ି ବିରିଆନୀ


ଆପଣ ମାନଙ୍କୁ ଏହି ବ୍ଲଗରେ ସ୍ୱାଗତ,ଆମେ ଆଜି ଜାଣିବା ଯେ କିପରି ଭାବରେ ଅତି ସହଜ ଓ ଶୀଘ୍ର ପକ୍ରିୟା ରେ ଭାରତ ର ଗୋଟିଏ ପ୍ରିୟ ଖାଦ୍ୟ ତିଆରି କରାଯାଇ ପାରିବ ଯାହାର ନାମ ହେଉଛି

                        ଚିଙ୍ଗୁଡ଼ି ବିରିଆନୀ

Prawn biryani recipe

Prawn biryani recipe in odia



ଆବଶ୍ୟକୀୟ ସାମଗ୍ରୀ :-


1 - ଚିଙ୍ଗୁଡ଼ି – 300 ଗ୍ରାମ୍ (ଛୋଟରୁ ମଧ୍ୟମ ଆକାରର)
2 - କିସ୍‌ମିସ୍, କାଜୁ, ଚେରି – 10 ଗ୍ରାମ୍ ଲେଖାଏଁ
3 - ଗୋଟା ଗରମ ମସଲା ଲବଙ୍ଗ – ୫ଟି
4 - ପିଆଜ – 1ଟି ବଡ଼ ( ସରୁ ଲମ୍ବା କଟା)
5 - ଧନିଆ, ପୋଦିନା ଓ କଞ୍ଚାଲଙ୍କା ବଟା – ୧ କପ୍ ।
6 - ବାସୁମତୀ ଚାଉଳ -  1/2 kg
7 - ଲୁଣ – ସ୍ବାଦନୁସାରେ
8 - କ୍ଷୀର – 1/2 କପ୍
9 - ଜାଫ୍ରନ କେସର – 1 ଚିମୁଟା
10 - ହଳଦି ଗୁଣ୍ଡ – 1/2 ଚାମଚ
11 - ବଟା ଅଦା - 1 ଚାମଚ
12 - କଟା ରୁସଣ – 2 ଚାମଚ
13 - ଡାଲଚିନି – 1ଇଞ୍ଚ
14 - ଛୋଟ ଅଳେଇଚ – 5ଟି
15 - ବଡ଼ ଅଳେଇଚ – 2ଟି
16 - ଗୋଲମରି - 7-8ଟି
17 - ଅନିଆସୀ ଫୁଲ – 2ଟି
18 - ଜାଇତ୍ରୀ – ୫ ଚାମଚ
19 - ଜାଇଫଳ ଗୁଣ୍ଡ – ଚାମଚ
20 - ସାହୀ ଜିରା – 1/2 ଚାମଚ
21 - ଜିରା ଗୁଣ୍ଡ – 1/2 ଚାମଚ
22 - ତେଜପତ୍ର – 2ଟି
23 - ଘିଅ – 1 ବଡ଼ ଚାମଚ
24 - ରିଫାଇନ୍ ତେଲ – 2 ଚାମଚ
25 - ସାଫରନ୍ – 1 ଚିମୁଟା
26 - କ୍ଷୀର — 1 ଟେବୁଲ ଚାମଚ

ରନ୍ଧନ ପ୍ରଣାଳୀ:-


ପ୍ରଥମେ ଚିଙ୍ଗୁଡ଼ିରୁ ଚୋପା କାଢ଼ି ଧୋଇ ପରିଷ୍କାର
କରି ରଖନ୍ତୁ । ମୁଣ୍ଡ ନରଖିଲେ ଭଲ । ଏଥର ସେଥିରେ ହଳଦୀ, ଲୁଣ, ଦହି,ସୋରିଷ ତେଲ, ସଜକୁଟା ଗୋଲମରିଚ ଗୁଣ୍ଡ, ଜିରା ଗୁଣ୍ଡ, ଛୋଟ କଟା ଧନିଆ ପତ୍ର ଗୋଳାଇ 1/2 ରୁ 1 ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ । ନଷ୍ଟିକ ପ୍ୟାନ ବସାଇ ଅଳ୍ପ
ଘିଅ ଦେଇ ପିଆଜ, କାଜୁ, କିସ୍‌ମିସ୍‌କୁ ଲାଲ କରି ଭାଜି ରଖନ୍ତୁ । ସେଥିରେ ଅଦା, ରସୁଣ ବଟା ପକାଇ ଗନ୍ଧ ଯିବାଯାଏଁ ଭାଜନ୍ତୁ । ତା'ପରେ ମ୍ୟାରିନେଟ୍ ହୋଇଥିବା ଚିଙ୍ଗୁଡ଼ିକୁ ପକାଇ କଷନ୍ତୁ । ପାଣି ଦେବା ଦରକାର ହେବନି । କମ୍ ଆଞ୍ଚରେ ମସଲା ସବୁ ସିଝିଗଲେ କାଢ଼ି ରଖନ୍ତୁ । ଢ଼ାଙ୍କୁଣୀ ଭଲକରି ଲାଗୁଥିବା ହାଣ୍ଡି ବା ପାତ୍ର ନିଅନ୍ତୁ । ତାପରେ ଘିଅ ପକାଇ ଗରମ କରି ଗରମ ମସଲା ସବୁକୁ ଦରକୁଟା କରି ପକାଇ ଭାଜନ୍ତୁ । ଫୁଟିଲେ ଭାତରୁ ଅଧା ପକାଇ ଗୋଳାଇ ଦିଅନ୍ତୁ । ( ଆଞ୍ଚ କମରେ ରଖନ୍ତୁ) ଚିଙ୍ଗୁଡ଼ି କଷା ଦେଇ ତା' ଉପରେ ପୁଣି ଭାତ ଦିଅନ୍ତୁ । କେସର ଭିଜା କ୍ଷୀର ମିଶାନ୍ତୁ । ଭଜା କାଜୁ, କିସ୍‌ମିସ୍, ଚେରୀ ଓ ପିଆଜ ପକାଇ କଭର୍ ଲଗାଇ ହାଣ୍ଡିକୁ ସିଲ କରି ଦିଅନ୍ତୁ । 5 ରୁ 6 ମିନିଟ କମ୍ ଆଞ୍ଚରେ ବସାନ୍ତୁ । ମଝିରେ ମଝିରେ ଡେକଚିକୁ ହଲାଇ ଦେବେ । ୧୦ ମିନିଟ ଘୋଡ଼ଣୀ ବନ୍ଦ ରଖିବା ପରେ ଖୋଲି ତା ଉପରେ ଫ୍ରେଶ ଧନିଆ ପତ୍ର ପକାଇ ରାଇତା ସହ ପରଶି ଖାଇବାକୁ ଦିଅନ୍ତୁ ।

ଯଦି ଆପଣଙ୍କୁ ଏ Prawn biryani recipe in odia କେମିତି ଲାଗିଲା ସେ ବିଷୟରେ comment ରେ ଜଣାଇବେ ।

#Prawnbiryanirecipe
#Prawnbiryanirecipeinodia

Comments

Popular posts from this blog

How Many District in Odisha । How many district in odisha state

Electricity Bill Payment In Odisha | Odisha Discoms Electricity Bill