Hyadrabadi chicken dum Biryani , Hyadrabadi chicken dum Biryani in Odia

ଆପଣ ମାନଙ୍କୁ ଏହି ବ୍ଲଗରେ ସ୍ୱାଗତ,ଆମେ ଆଜି ଜାଣିବା ଯେ କିପରି ଭାବରେ ଅତି ସହଜ ଓ ଶୀଘ୍ର ପକ୍ରିୟା ରେ ଭାରତ ର ଗୋଟିଏ ପ୍ରିୟ ଖାଦ୍ୟ ତିଆରି କରାଯାଇ ପାରିବ ଯାହାର ନାମ ହେଉଛି
         ହାଇଦ୍ରାବାଦୀ ଚିକେନ୍ ଦମ୍ ବିରିଆନୀ

          

      ହାଇଦ୍ରାବାଦୀ ଚିକେନ୍ ଦମ୍ ବିରିଆନୀ

ଆବଶ୍ୟକୀୟ ସାମଗ୍ରୀ :-

1 - ଖାଇବା ରଙ୍ଗ – ( ଗ୍ରୀନ, ଲାଲ, କମଳା) ପ୍ରତ୍ୟେକ ୨ ବୁନ୍ଦା
2 - କାଜୁ-କିସ୍‌ମିସ୍ (ଭଜା) - ୧ ଟେବୁଲ ଚାମଚ
3 - ବଡ଼ ପିଆଜ କଟା – ୩ଟି (ତେଲରେ ଲାଲ କରି ଭଜା)
4 - ପୋଦିନା ପତ୍ର – ୧ ଟେବୁଲ ଚାମଟି ।
5 - ଲମ୍ବା ବାସୁମତୀ ଚାଉଳ – ୨ କପ୍
6 - ଲୁଣ – ସ୍ୱାଦ ଅନୁସାରେ
7 - ଚିକେନ – ୨୫୦ ଗ୍ରାମ୍
8 - ତେଜପତ୍ର – ୩ଟି
9 - ଗୋଟା ଗରମ ମସଲା – ୪ଟି ଗୁଜୁରାତି, ଅଳେଇଚ – ୩ଟି, ଲବଙ୍ଗ – ୬ଟି, ଗୋଲମରିଚ – ୩ଟି,
ଅନିଆସୀ ପୁଲ – ୨ ଇଞ୍ଚ, ଡାଳଚିନି – ୨ ଖଣ୍ଡ,
ଜାଇତ୍ରା – 1/2ଚାମଚ, ଜାଇଫଳ – ୧ଟା
ସାହୀ ଚିରା — 1/2 ଚାମଚ,
10 - ବଟା ଅଦା – 1ଚାମଚ
11 - ବଟା ରସୁଣ – 1ଚାମଚ
12 - କଟା କଞ୍ଚାଲଙ୍କା – ୪ଟି
13 - ବିରିଆନୀ ମସଲା – ୧ ପୂରା ଚାମଚ
14 - ଧନିଆ ଗୁଣ୍ଡ – ୧ ଚାମଚ
15 - ଦହି - ୧ କପ୍
16 - ସାଫରନ୍ - ୫ ଚାମଚ
17 - ଧନିଆ ପତ୍ର – ୧ ଟେବୁଲ ଚାମଚ
18 - କ୍ଷୀର – ୧ କପ୍
19 - କଞ୍ଚା ଲଙ୍କା – ୨ଟି
20 - ଘିଅ – ୨ ବଡ଼ ଚାମଚ
21 - ମୋଗଲାଇ ଅତର – ୨ ବୁନ୍ଦା
22 - କେଓରା ଜଲ – ୧ ଚାମଚ
23 - ଆଳୁ ବୁଖାରା - 6 ରୁ 7 ଟି
                       ରନ୍ଧନ ପ୍ରଣାଳୀ
ସର୍ବ ପ୍ରଥମେ ଚାଉଳକୁ ଧୋଇ ହାଣ୍ଡିରେ ଆବଶ୍ୟକ ପାଣି ଦେଇ ଚୁଲିରେ ଭାତ ରାନ୍ଧନ୍ତୁ । ସେଥିରେ ଲୁଣ, ତେଜପତ୍ର, ଅଧା ପୋଦିନା ପତ୍ର, 1/3ଭାଗ ଗରମ ମସଲା ପକାଇ ଭାତ ଫୁଟାନ୍ତୁ ।
ତା ପରେ ଏହା ସହିତ ଆମେ ନେଇ ଥିବା ଚିକେନ୍‌କୁ ଧୋଇ ସେଥିରେ ଲୁଣ, ହଳଦୀ, ତେଲ, ଦହି, ଅଦା, ରସୁଣ ବଟା ପକାଇ 1/2ଘଣ୍ଟା  ମାରିନେଟ ପାଇଁ ରଖନ୍ତୁ । ପୋଦିନ ପତ୍ର, ଧନିଆ ପତ୍ର ଓ କଞ୍ଚା ଲଙ୍କା କୁ ବାଟି ଏହି ମାରିନେଟ ଚିକେନ ରେ ଭଲ ଭାବରେ ମିଶାଇ ଦିଅନ୍ତୁ ।
ଏହା ସହିତ ଆମେ ଭାତ କୁ ମଧ୍ୟ ଦେଖୁ ଥିବା ଉଚିତ, ଯେତେବେଳେ ଭାତ 3/4 ଭାଗ ରାନ୍ଧି ହୋଇଗଲେ
ଭାତକୁ ପାଣିରୁ ଛାଣି ଖୋଲା ଥାଳିରେ ରଖନ୍ତୁ ଟିକେ ଥଣ୍ଡା ହେଲେ କିଛି କିଛି ଭାତ ଅଲଗା କରି ଖାଇବା ରଙ୍ଗ ପକାନ୍ତୁ । ମାନ କିଛି ଭାତ ଧଳା, କିଛି ଲାଲ ଅଳ୍ପ ଅଳ୍ପ କିଛି କମଳା ଓ ବାକି ସବୁଜ ରଙ୍ଗ ପକାନ୍ତୁ ।
ଏହିସବୁ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଆମ୍ଭର ଚିକେନ ମଧ୍ୟ
ମାରିନେଟ ହୋଇ ଯାଇଥିବ । ତାପରେ ଗ୍ୟାସ ରେ ନନଷ୍ଟିକ ପ୍ୟାନ ଗରମ କରନ୍ତୁ । ୧ ଚାମଚ ଘିଅ ପକାଇ
ଗୋଟିଏ ତେଜପତ୍ର, ସାହୀଜିରା ଓ ଗୋଟା ଗରମ ମସଲାଗୁଡ଼ିକୁ ଦରକୁଟା କରି ପକାନ୍ତୁ । କିଛିସମୟ ପରେ
ମାରିନେଟ ହୋଇଥିବା ଚିକେନ କୁ ପ୍ରାୟ 10 ରୁ 15 ମିନିଟ ପର୍ଯ୍ୟନ୍ତ କସିବା । ଏଥର କଟା କଞ୍ଚାଲଙ୍କା, ବିରିଆନୀ ମସଲା, ଧନିଆ ଗୁଣ୍ଡ ଓ ଆଲୁ ବୁଖାରା (୧୫ ମିନିଟ୍ ପାଣିରେ ବତୁରାଇବେ ଆଗରୁ) ପକାଇ ଭଲକରି ଗୋଳାନ୍ତୁ ।
ଆଉ ଏକ ହାଣ୍ଡି ବା ନନଷ୍ଟିକ ଗହୀରିଆ ପ୍ୟାନ୍ ନିଅନ୍ତୁ, ବଳକା ଘିଅକୁ ଭଲକରି ଲଗାଇ ଦିଅନ୍ତୁ, ଅଳପ ମାଂସ, ତା' ଉପରେ ଭାତର ଆସ୍ତରଣ,ପୁଣି ବଳକା ମାଂସ ଓ ଶେଷରେ ଭାତର ଆସ୍ତରଣ ଦେଇ କ୍ଷୀର ମିଶା ସାଫରନ ( ୧୦ ମିନିଟ୍ ଭିଜାଇ ରଖିଥିବେ) କାଜୁ-କିସ୍‌ମିସ୍‌ ଭଜା, ଲାଲ କରି ଭାଳିଥିବା ପିଆଜ, ଅତର କେଓରା ଜଳ ପକାଇ କଭର୍ ଲଗାଇ ଅଟାଦଳା ଦେଇ ଢ଼ାଙ୍କୁଣୀକୁ ସିଲ୍‌ କରିଦିଅନ୍ତୁ।
ଚୁଲି ଉପରେ ତାୱ।  ଗରମ କରି ହାଣ୍ଡିକୁ ତା’
ଉପରେ ୧୦ ମିନିଟ୍ ପାଇଁ ରଖନ୍ତୁ । ଖାଇବା ପୂର୍ବରୁ ହାଣ୍ଡିର ଢାଙ୍କୁଣୀ ଖୋଲନ୍ତୁ ଓ ସେଥିରେ ଫ୍ରେଶ ଧନିଆପତ୍ର ପକାଇ
ପ୍ଲେଟକୁ ବାଢ଼ି ଖାଇବାକୁ ଦିଅନ୍ତୁ ।

Comments

Popular posts from this blog

How Many District in Odisha । How many district in odisha state

Electricity Bill Payment In Odisha | Odisha Discoms Electricity Bill

Prawn Biryani Recipe । Prawn Biryani Recipe in odia । ଚିଙ୍ଗୁଡ଼ି ବିରିଆନୀ